Odia proverb with meaning, ଓଡିଆ ଢୋଗ , ଓଡିଆ ଲୋକବାଣୀ
Odia proverb with meaning, ଓଡିଆ ଢୋଗ , ଓଡିଆ ଲୋକବାଣୀ
ଓଡିଆ ରୂଢି, ଓଡିଆ ଢୋଗ ଢମାଳି , odia rudhi, dhaga dhamali
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଓଡିଆ ରୂଢି, ଢୋଗ ଢୋମାଳି ର ବ୍ୟବହାର ଦେଖିବାକୁ ମିଳିଥାଏ । ଏହି ଲୋକବାଣୀ ଗୁଡିକ କୌଣସି ବେଦ ପୁରାଣ ରେ ଦେଖିବାକୁ ମିଳେ ନହିଁ କାରଣ ସମୟର ଏହି ବାଣୀ ଗୁଡିକ ଗୋଟିଏ ଅଞ୍ଚଳରେ ସୃଷ୍ଟି ହୋଇ ନହିଁ , ଏହା ବିଭିନ୍ନ
କୋଣ ଅନୁକୋଣ ରେ ବ୍ୟବହୃତ ହେଉଥିବା ବାକ୍ୟ ଯାହାର କିଛି ନା କିଛି ଅର୍ଥ ରହିଥାଏ । ଏହି ବାକ୍ୟର ଶବ୍ଦଗୁଡିକର ଅର୍ଥ ଏହି ବାକ୍ଯର ଅର୍ଥ ସହିତ କୌଣସି ସାମଞ୍ଜସ ନ ଥାଏ ।ଯେମିତି ବିରାଡି ବୈଷ୍ଣବ (biradi baishnaba) ଏଥିରେ ଦୁଇଟି ଶବ୍ଦ
ଅଛି ଯଥା ବିରାଡି ମାନେ ବିଲେଇ ଓ ବୈଷ୍ଣବ ମାନେ ଭଗବାନ ବିଷ୍ଣୁଙ୍କ ଧର୍ମ ହେଲେ ଏହି ବାକ୍ୟର ଅର୍ଥ ନିମ୍ନରେ ଦର୍ଶା ଯାଇଛ
Jai Jagannath, friends in Odia grammar there is a chapter named odia dhaga (rudhi, lokabani).In this chapter the use of dhaga dhamali (odia proverbs) are prescribed and described with meaning of all types of proverbs. Basically is proverbs are the saying of common people across the state of Odisha. In this blog you can know various type of Odia proverb with meaning.
ରୂଢି କାହାକୁ କୁହାଯାଏ ?
କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡି, ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢି କୁହାଯାଏ ।
ଉଦାହରଣ : ବିରାଡି ବୈଷ୍ଣବ (biradi baishnaba)
ଲୋକବାଣୀ କାହାକୁ କହନ୍ତି ?
ପ୍ରାଚୀନ କାଳରୁ ପରିସ୍ଥିତି ଅନୁସାରେ ଲୋକମାନଙ୍କ ଭାଷାରେ ବିଶିଷ୍ଟ ପ୍ରକାରର ଉକ୍ତି ବ୍ୟବହାର କରାଯାଇ ଆସୁଛି,
ଏହି ଉକ୍ତି ଗୁଡିକ ହେଲା ଲୋକବାଣୀ । ପ୍ରତ୍ୟେକ ଭାଷାରେ ଲୋକବାଣୀ ବ୍ୟବହାର କରାଯାଏ , ଓଡିଆରେ ଆମେ
ଏହାକୁ ପ୍ରବାଦ ବା ପ୍ରବଚନ କହିଥାଉ ।
ଉଦାହରଣ -
ଓଡିଆରେ - ଧୀର ପାଣି ପଥର କଟେ
ଇଂରାଜୀରେ - Slow and steady wins the race
1. ଅଣ୍ଟିଛୁରୀ ତଣ୍ଟି କାଟେ (anti chhuri tanti kate)
The meaning of anti chhuri tanti kate
ଏହି ଲୋକବନିର ଅର୍ଥ ହେଉଛି - ଆତ୍ମୀୟଲୋକ ଶତ୍ରୁତା ଆଚରଣ କରିବା ।
ଜୀବନ ସଂଗ୍ରାମରେ ମଣିଷ
ବାହାର ଦୁନିଆରେ ଜୟ ଲାଭ କରେ ସିନା ବେଳେବେଳେ ନିଜର ଲୋକମାନେ ହିଁ ବାଧା ବିଘ୍ନ ଘଟାଇ
ଥାନ୍ତି
। କାରଣ ବାହାରେ ଥିବା ଶତ୍ରୁ ଆପଣଙ୍କ ଦୁର୍ବଳତା କେଉଁଠି ଅଛି ତାହା ଜାଣି ନ ଥାଏ କିନ୍ତୁ ଆପଣ
ଯାହାକୁ ନିଜ ପାଖରେ ରଖିଛନ୍ତି
ଅବା ଯାହାଙ୍କ ପାଖରେ ରହୁଛନ୍ତି ସେମାନେ ଆପଣଙ୍କ ବିଷୟର ସବୁ କିଛି ଜାଣିଥାନ୍ତି ଯାହା ସମୟ ସମୟରେ
ବିପଦର କାରଣ ମଧ୍ୟ ହୋଇଥାଏ । ଏଭଳି ସ୍ଥିତିରେ ମଣିଷର ଅଭିଜ୍ଞତା ହି ମଣିଷକୁ ସତର୍କ କରି ପାରିବ ।
2. ଜୋର ଯାହାର ମୁଲକ ତାହାର (jor jahar mulak tahar)
The meaning of jor jahar mulak tahar
ଜଙ୍ଗଲ ରେ କୌଣସି ନ୍ୟାୟ ବ୍ୟବସ୍ଥା ନ ଥାଏ ତେଣୁ କେବଳ ବଳବାନ ହି ସାରା ଜଙ୍ଗଲରେ ଆଧିପତ୍ୟ ବିସ୍ତାର କରିପାରେ ଯେପରି ଜଙ୍ଗଲର ରାଜା ସିଂହ । ସେହିପରି ମଣିଷ ସମାଜରେ ମଧ୍ୟ ଯାହାର ପାଖରେ ଶାରୀରିକ ବଳ ଥିଲା ବା ଧନ ବଳ ଥିଲା ସେ ହିଁ ସମାଜକୁ
ନିୟନ୍ତ୍ରିତ କରିପାରୁ ଥିଲା ଯେମିତି ଗାଁ ରେ ଜମିଦାର ଓ ରାଜ୍ୟରେ ରାଜା । କିନ୍ତୁ ବର୍ତମାନ ପରିସ୍ଥିତି ରେ ଦୃଶ୍ୟ ପୁରା ଅଲଗା , ଯେଉଁ ଦେଶ ପାଖରେ ଯେତେ ଜ୍ଞାନ ଅଛି , ସୈନ୍ୟ ସାମନ୍ତ ଓ ଯୁଦ୍ଧାସ୍ତ୍ର ଅଛି , ଧନ ଅଛି ସେହି ଦେଶ ସେତେ ବଳବାନ, ଯେମିତି ଆମେରିକା
ଯିଏ ନିଜ ବଳ ଦେଖାଇ ସାରା ବିଶ୍ଵରେ ଶୀର୍ଷସ୍ଥାନରେ ରହି ଅଛି ।
Comments
Post a Comment