Proverb with meaning , ଓଡିଆ ଢଗ , ଓଡିଆ ଲୋକବାଣୀ
5. ଅଠା କାଠିରେ ପଡିବା , the meaning of 'atha kathire padiba'
ବେଳେ ବେଳେ ମଣିଷ ହେଉ କି ଜୀବଜନ୍ତୁ ହେଉ ଜାଣତରେ ହେଉ କି ଅଜାଣତରେ ହେଉ, ଅସୁବିଧାର ସମ୍ମୁଖୀନ ହୁଏ ଓ ଯନ୍ତ୍ରଣା ଅନୁଭବ କରେ ଏପରି ପରିସ୍ଥିତିକୁ odiya ଲୋକବାଣୀ ରେ ଅଠା କାଠିରେ ପଡିବା କୁହାଯାଇ ଥାଏ ।
6. ଅନ୍ଧ ରାଇଜକୁ ଗଲି ଦର୍ପଣ ବିକି
meaning of "andha raijaku gali Darpan biki"
କୌଣସି ଜିନିଷକୁ ବୁଝିବା ପାଇଁ ଜ୍ଞାନର ଆବଶ୍ୟକତା ହୁଏ ଏବଂ ଶିକ୍ଷା ଦ୍ଵାରା ଜ୍ଞାନ ପ୍ରାପ୍ତ ହୁଏ । ଯେଉଁମାନେ ଅଶିକ୍ଷିତ ବା ଅର୍ଦ୍ଧ ଶିକ୍ଷିତ ସେମାନଙ୍କ ସଂସାର ବିଷୟରେ ଧାରଣା ଶିକ୍ଷିତ ଲୋକଙ୍କ ଠାରୁ ବେଳେ ବେଳେ ଭିନ୍ନ ହୋଇଥାଏ । ଏଭଳି ଲୋକଙ୍କ ସହ କଥା ହେଲେ ତାଙ୍କର ଅଜ୍ଞାନତ ବିଷୟରେ ଜଣା ପଡେ । ଆଉ ଯେତେବେଳେ ତାଙ୍କୁ ସତ୍ୟତା ବିଷୟରେ ବୁଝାଯାଏ ସେମାନେ ଅଯଥା ଯୁକ୍ତି କରି ନିଜକୁ ଠିକ ବୋଲି ପ୍ରମାଣିତ କରିବାକୁ ଲାଗନ୍ତି ଏବଂ କାହାରି କଥାକୁ ଶୁଣି ନ ଥାନ୍ତି । ଏଭଳି ଲୋକଙ୍କୁ ବୁଝେଇବା ଭାରି କଷ୍ଟ ହୋଇଥାଏ ତେଣୁ ଓଡିଆ ଢଗରେ କୁହାଯାଏ "ଅନ୍ଧ ରାଇଜରେ ଗଲି ଦର୍ପଣ ବିକି"
7. ଅଳସୁଆ ର ବାରବାଟୀ ଚାଷ
The meaning of "alasuara baarabaati chasa"(odia proverb)
ଅଳସୁଆ ଲୋକ ପରିଶ୍ରମ ନ କରି ଖଟରେ ଶୋଇ ରହେ ଓ ସୁନ୍ଦର ସୁନ୍ଦର ସ୍ୱପ୍ନ ଦେଖେ । ସ୍ଵପ୍ନକୁ ସାକାର କରିବାକୁ ହେଲେ ଆଳସ୍ୟକୁ ପରିତ୍ୟାଗ କରି କଠିନ ପରିଶ୍ରମ କରିବାକୁ ପଡେ । ସେ ପ୍ରତିଦିନ ଶୋଇକି ଭାବେ କାଲିଠୁ ପରିଶ୍ରମ ଆରମ୍ଭ କରିବ ବୋଲି କିନ୍ତୁ ତାର କଲି କେବେ ଆସି ନ ଥାଏ ଯାହାଫଳରେ ତାର ସବୁ ସ୍ଵପ୍ନ ବୃଥା ହୋଇଯାଏ ।



Comments
Post a Comment